ଏକ ନୂଆ UN ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ ରହିଛି। ରିପୋର୍ଟ ଅନୁଯାୟୀ ଦେଶର ମୋଟ ପ୍ରଜନନ ହାର (TFR) ପୂର୍ବ ତିସ୍ଥାପନ ସ୍ତର (replacement rate)ରୁ ହ୍ରାସ ପାଇଛି ବୋଲି ଜଣାଇଛି।ଭାରତରେ ମୋଟ ପ୍ରଜନନ ହାର (TFR) ବର୍ତ୍ତମାନ ପ୍ରତି ମହିଳାଙ୍କ ପାଇଁ ୨.୦ ସନ୍ତାନ। ଏହାର ଅର୍ଥ ହେଉଛି ଯେ, ଭାରତରେ ଜଣେ ମହିଳାଙ୍କ ପ୍ରଜନନ ବର୍ଷ (ସାଧାରଣତଃ ୧୫-୪୯ ବର୍ଷ ବୟସ) ମଧ୍ୟରେ ହାରାହାରି ୨ଟି ସନ୍ତାନ ହେବାର ଆଶା କରାଯାଏ। ନମୁନା ପଞ୍ଜିକରଣ ପ୍ରଣାଳୀ (SRS)ର ୨୦୨୧ ରିପୋର୍ଟ ଅନୁଯାୟୀ, ଏହି ହାର ୨୦୨୦ ପରଠାରୁ ସ୍ଥିର ରହିଛି।ଦେଶର ୬୮% ଜନସଂଖ୍ୟା (୧୫-୬୪ ବର୍ଷ) କାର୍ଯ୍ୟକାରୀ ବୟସ୍କ (working age), ଯଦି ପର୍ଯାପ୍ତ ଚାକିରି ଓ ନୀତିଗତ ସମର୍ଥନ ମିଳୁଥାଏ ତେବେ ଏହା ଜନସଂଖ୍ୟିକ ଲାଭ (demographic dividend) ପ୍ରଦାନ କରିପାରେ।
ବର୍ତ୍ତମାନ ବୃଦ୍ଧ ଜନସଂଖ୍ୟା (୬୫ ବର୍ଷ ଏବଂ ତା ଉପରେ) ୭%ରେ ଅଛି, ଯାହା ଆଗାମୀ ଦଶକରେ ବୟସ ବଢିବା ସହିତ ବୃଦ୍ଧି ପାଇବ ଆଶା କରାଯାଉଛି। ୨୦୨୫ରେ,ଆୟୁସୀମା ପୁରୁଷଙ୍କ ପାଇଁ ୭୧ ବର୍ଷ ଏବଂ ମହିଳାମାନଙ୍କ ପାଇଁ ୭୪ ବର୍ଷ ରହିଛି।ଭାରତ ସମେତ ୧୪ ଦେଶର ୧୪ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଆୟ ସୀମିତ ହୋଇଥିବାରୁ ପରିବାର ବଢ଼ାଇବାକୁ ଚାହୁଁ ନ ଥିବା ଭାରତର ୩୮ ପ୍ରତିଶତ ମତ ଦେଇଥିଲେ। ସେହିପରି ଚାକିରିରେ ସୁରକ୍ଷା ନ ଥିବା କାରଣରୁ ୨୧%, ଘର ସମସ୍ୟା ପାଇଁ ୨୨% ଏବଂ ବିଶ୍ୱସ୍ତ ଶିଶୁଯତ୍ନ ଅଭାବ ପାଇଁ ୧୮ ପ୍ରତିଶତ ପିଲା ଜନ୍ମ କରିବାକୁ ଚାହୁଁ ନ ଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଅସୁସ୍ଥତା, ବନ୍ଧ୍ୟାତ୍ୱ, ଗର୍ଭାବସ୍ଥା ସମୟର ଯତ୍ନର ଅଭାବ ଆଦି ଅନ୍ୟ କାରଣ ମଧ୍ୟ ରହିଛି।