୧୪୭ ପଡା ଗାଁକୁ ରାଜସ୍ୱ ଗାଁ କରିବା ନେଇ ବିଚାରାଧୀନ ରହିଛି – ମନ୍ତ୍ରୀ ସୁରେଶ ପୂଜାରୀ।

ବର୍ଷକ ଭିତରେ ୨୬୩ ପଡ଼ା ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହୋଇଛି। ତେବେ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ବ ଗାଁ କରିବା ନେଇ ଯୋଜନା ରହିଛି ବୋଲି ଗୁରୁବାର ବିଧାସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡ଼ିମାର୍କେସନ କରାଯାଉଛି । ଯେଉଁ କାମ ୬ରୁ ୭ଦିନରେ ସରିବ ।

ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରନ୍ତୁ । ରାଜସ୍ୱ ଗାଁ ଏକ ସ୍ୱୀକୃତି । ଯେଉଁଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଥାଉ କି, ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରଣପୁର ବିଧାନସଭା କ୍ଷେତ୍ର ମଧ୍ୟରେ କେତୋଟି ରାଜସ୍ବ ଗ୍ରାମ ଏବଂ ପଡ଼ା ଗ୍ରାମ ରହିଛି। ଏହାର ଉତ୍ତର ରଖିଥିଲେ ରାଜସ୍ବ ମନ୍ତ୍ରୀ।

ଅଧିକ ପଢନ୍ତୁ