ଦୀର୍ଘ ଦେଢ଼ ମାସ ଧରି ଚାଲିଛି ମହାକୁମ୍ଭ ମେଳା। ଏହି ମହାକୁମ୍ଭରେ ଦେଶର କୋଣ ଅନୁକୋଣରୁ ଲୋକ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି କି , ଏହି ମହାକୁମ୍ଭ ପାଇଁ ୟୁପି ସରକାର କୋଟି କୋଟି ଟଙ୍କାର ଲାଭ ପାଇଛନ୍ତି। ମହାକୁମ୍ଭ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କୁମ୍ଭ ଆୟୋଜନରେ ୧୫୦୦ କୋଟି ଟଙ୍କା ବ୍ୟୟ ହୋଇଛି ଓ ଏଥିରୁ ୩ଲକ୍ଷ କୋଟି ଟଙ୍କା ଆୟ ହୋଇଛି।
ସୂଚନା ଅନୁସାରେ ମହାକୁମ୍ଭ-୨୦୨୫ରେ ପବିତ୍ର ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ପାର ହୋଇଯାଇଛି। ଚୀନ୍ ପରେ ଭାରତ ବିଶ୍ୱର ପ୍ରଥମ ବଡ଼ ଜନସଂଖ୍ୟାର ଦେଶ। ଶୁକ୍ରବାର ଲକ୍ଷ୍ନୌରେ ଫ୍ଲାଇଓଭର ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ଯେ ‘ପ୍ରୟାଗରାଜ ମହାକୁମ୍ଭରେ ମାତ୍ର ମାସକରେ ୫୦ କୋଟି ଲୋକ ବୁଡ଼ ପକାଇଛନ୍ତି। ମହାକୁମ୍ଭରୁ ୫୦ କୋଟି ଲୋକ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବାର୍ତ୍ତା ନେଇ ନିଜନିଜ ଘରକୁ ଫରିଛନ୍ତି। ମହାକୁମ୍ଭ ମେଳାର ସୁରକ୍ଷା ସହ ମେଳା ସୁରୁଖୁରରେ ସମାପନା ଚାଲିଛି। ଯାହାକି ମୋ ପାଇଁ ଏକ ଗର୍ବର ବିଷୟ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ରେଳପଥ ଠୁ ଆରମ୍ଭ କରି ଆକାଶମାର୍ଗ ଏୟାରପୋର୍ଟ ସମସ୍ତ ବ୍ୟବସ୍ଥା ସୁରୁଖୁରରେ କରାଯାଇଥିଲା।
୫୦ କୋଟି ଲୋକ ବୁଡ ପକାଇବା ଓ ସେହି କାମ ସୁରୁଖୁରରେ ହେବା ମୋ ପାଇଁ ଛୋଟ କଥା ନୁହେଁ। ଏହି ବ୍ୟବସ୍ଥା ଦ୍ୱାରା ଉତ୍ତର ପ୍ରଦେଶର ସ୍ଥିତି ସୁଧୁରିଛି। ସେ କହିଛନ୍ତି ଯେ ଆମ ଦେଶର ଆର୍ଥିକ ବୃଦ୍ଧି ସିଧା ଶଳଖ ଭିତ୍ତିଭୂମି ସହିତ ସମ୍ପର୍କିତ। ଯାହାର ଲାଭ ଏବେ ମହାକୁମ୍ଭରୁ ମିଳିଛି।