୧୫ ଦିନ ପାଇଁ ରାଜା ଚକ୍ରଙ୍କୁ ମିଳିଲା ଜାମିନ

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିରେ ଜଡ଼ିତ ହୋଇ ଇଓଡବ୍ଲୁ ଦ୍ୱାରା ଗିରଫ ବିଜେଡି ନେତା ରାଜା ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ୧୫ ଦିନ ଜାମିନ ମିଳିଛି । ଶଶୁରଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଏହି ଜାମିନ ମିଳିଛି । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ହାଜର ହେବା ସର୍ତ୍ତ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିର ମୁଖ୍ୟ କାର୍ପଟଦାର ରାଜା ଚକ୍ର । ରାଜା ଜେଲ୍ ଯିବା ପରେ ରାଜାଙ୍କ ବିରୋଧରେ ଖଣି ଅଞ୍ଚଳର ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ରାଜା ଚକ୍ର ଯେଉଁମାନଙ୍କ ଛତ୍ରଛାୟା ତଳେ କାମ କରୁଥିଲେ, ଯାହା ନିର୍ଦ୍ଦେଶରେ କାମ କରୁଥିଲେ , ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।ରାଜାଙ୍କ ଶଶୁର କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ରାଜା ଏକମାତ୍ର ଜ୍ୱାଇଁ ହୋଇଥିବାରୁ ଦଶାହ କର୍ମରେ ଯୋଗଦେବାକୁ ଅନ୍ତରୀଣ ଜାମିନ ପାଇଁ କେନ୍ଦୁଝର ଏସ୍‌ଡିଜେଏମ୍‌ଙ୍କ ନିକଟରେ ଗତ ଶୁକ୍ରବାର ଆବେଦନ କରିଥିଲେ । ୧୫ ଦିନ ଜାମିନ ଦେବାକୁ ଅଦାଲତରେ ଆବେଦନ କରାଯାଇଥିବା ବେଳେ ଏସ୍‌ଡିଜେଏମ୍‌ ଜାମିନ ଆବେଦନକୁ ଖାରଜ କରିଥିଲେ । ଫଳରେ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ପୁଣି ଜାମିନ ଆବେଦନ କରାଯାଇଥିଲା । ଶୁକ୍ରବାର ଉକ୍ତ ଆବେଦନକୁ ଅଦାଲତ ଗ୍ରହଣ କରି ମାମଲାର ଗୁରୁତ୍ୱ ଦୃଷ୍ଟିରୁ ୧୫ ଦିନ ପାଇଁ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ

kc ads