ଭୁବନେଶ୍ବର ଭରତପୁର ଥାନା ବିବାଦ ମାମଲାରେ ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍ଓ୍ବାର । ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଏସ୍ଓପି ଜାରି ହେବ । ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଆସନ୍ତା ୧୫ ଦିନ ମଧ୍ୟରେ ବାକି ୧୩ଟି ଥାନାରେ ଲାଗିବ ସିସିଟିଭି କ୍ୟାମେରା। ସବୁ ସିସିଟିଭି କ୍ୟାମେରାର ନିୟନ୍ତ୍ରଣ ଜିଲା ଏସପି ଅଫିସ ଓ ଡିଜି ଅଫିସରେ ରହିବା ନେଇ ଯୋଜନା ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।