୧୬ ବିଲିୟନ ଲଗଇନ୍ ଲିକ୍, ଆପଲ୍-ଗୁଗୁଲ୍ ଭଳି କମ୍ପାନୀର ଗ୍ରାହକଙ୍କ ପାଇଁ ବିପଦ

ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ । ୧୬ ବିଲିୟନ ଲଗଇନ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି । ଯେଉଁଥିରେ ପାସୱାର୍ଡ ଏବଂ ଅନ୍ୟ ଡାଟା ଲିକ୍ ହୋଇଥିବା ନିଶ୍ଚିତ କରିଛନ୍ତି ସାଇବର ସୁରକ୍ଷା ଗବେଷକ। ଏକ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ଲିକ୍ ଆପଲ୍, ଫେସବୁକ୍, ଗୁଗଲ୍, ଗିଟହବ୍, ଟେଲିଗ୍ରାମ୍ ଏବଂ ବିଭିନ୍ନ ସୋସିଆଲ ମିଡିଆ ସେବା ଭଳି ପ୍ରାୟ ସମସ୍ତ ଅନଲାଇନ୍ ସେବାକୁ ବିପଦରେ ପକାଇପାରେ।ସାଇବର ସୁରକ୍ଷା ଗବେଷକମାନେ ଜାଣିପାରିଛନ୍ତି ଯେ ଡାର୍କ ୱେବରେ ୧୬ ବିଲିୟନରୁ ଅଧିକ ପ୍ରମାଣପତ୍ର ଅନଲାଇନରେ ବିକ୍ରୟ ପାଇଁ ଉପଲବ୍ଧ । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହାର ସମାଧାନ ସମୟ ମଧ୍ୟରେ ନ କରାଯାଏ ତେବେ ଲୋକମାନେ ଫିସିଂ ଆକ୍ରମଣ, ଆଇଡି ଚୋରିର ସମ୍ମୁଖୀନ ହୋଇପାରନ୍ତି ଏବଂ ସେମାନଙ୍କ ଆକାଉଣ୍ଟ ଉପରେ ନିୟନ୍ତ୍ରଣ ମଧ୍ୟ ହରାଇପାରନ୍ତି ।ଏହି ଡାଟା ଲିକ୍‌ କାରଣରୁ ଗୁଗଲ୍‌ ତା’ର ଜିମେଲ ବ୍ୟବହାରକାରୀମାନଙ୍କୁ ପାସୱାର୍ଡ ଓ ଦ୍ୱିସ୍ତରୀୟ ପ୍ରାମାଣିକରଣ (୨ଏଫଏ) ପରି ପୁରୁଣା ଲଗଇନ୍‌ ପଦ୍ଧତି ବଦଳାଇବାକୁ ଓ ସୋସିଆଲ ଲଗଇନ୍‌କୁ ଅପଣାଇବାକୁ ପରାମର୍ଶ ଦେଇଛି । ଗୁଗଲ୍‌ କହିଛି, “ଆପଣଙ୍କ ଆକାଉଣ୍ଟକୁ ସ୍ୱୟଂଚାଳିତ ଭାବେ ସୁରକ୍ଷିତ କରୁଥିବା ଉପକରଣ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ସ୍କାମ୍‌ରୁ ରକ୍ଷା କରିବ।”

ଅଧିକ ପଢନ୍ତୁ

kc ads