ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି, ସରକାରଙ୍କ ଏସଓପି ଅନୁଯାୟୀ ୧୭ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ଜିପିଆର ଓ ରାଡାର ସର୍ଭେ ରିପୋର୍ଟରେ ଆସିଥିବା ତଥ୍ୟକୁ ନେଇ ମରାମତି କରାଯିବ । ଏଏସ୍ଆଇର ବୈଷୟିକ ଟିମ୍ର ତତ୍ତ୍ୱାବଧାନରେ ମରାମତି କାର୍ଯ୍ୟ କରାଯିବ ।ଦିଲ୍ଲୀରୁ ବରିଷ୍ଠ ଏଏସଆଇ ଅଧିକାରୀ କାର୍ଯ୍ୟର ମନିଟରିଂ କରିବେ । ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ asi ର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହି କାର୍ଯ୍ୟ କରିବେ ।
ଦିଲ୍ଲୀରୁ ବରିଷ୍ଠ ଏଏସଆଇ ଅଧିକାରୀ କାର୍ଯ୍ୟର ମନିଟରିଂ କରିବେ । ରତ୍ନଭଣ୍ଡାର ମରାମତି ସମୟରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବାହାର କାଠ ନିକଟରୁ କରାଯିବ । ଏହାପରେ ପ୍ରଥମେ ବାହାର ଓ ପରେ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ଦିନକୁ ଚାରିରୁ ପାଞ୍ଚ ଘଣ୍ଟା କାର୍ଯ୍ୟ କରାଯିବ। ପୁରୁଣା ଲୁହା ବିମ୍ ଓ ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକୁ ମଧ୍ୟ ଅପସରଣ କରାଯିବ ।