୧୯ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ । ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ଓ ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ପ୍ୟାକ୍ସ ଓ ଲ୍ୟାମ୍ପସ୍କୁ ଠିକ୍ ଭାବେ ଜଣାଇବେ। ଏହାସହ ଠିକ୍ ସମୟରେ ଚାଷୀଙ୍କ ପଞ୍ଜୀକରଣ ହୋଇପାରିବ, ତାହା ସୁନିଶ୍ଚିତ କରାଇବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।ଧାନ ସଂଗ୍ରହ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଏହା ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏଁ ଚାଲିବ । ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ଯାଏଁ ଚାଲିବ ।
