ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।ଆସନ୍ତା ମେ’ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ଚଳିତବର୍ଷ ଓ୍ବାଟର ମାର୍କ ଓ କ୍ୟୁାଆର୍ କୋଡ୍ ସଫଳ ହୋଇଛି। ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଇଛି ବୋଲି କହିଛନ୍ତି ବୋର୍ଡ ସଭାପତି। ପ୍ରଶ୍ନପତ୍ରରେ ଓ୍ବାଟର ମାର୍କ ଓ କ୍ୟୁଆର କୋଡରୁ ସୁଫଳ ମିଳିଛି। ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନି, ସମସ୍ତେ ସହଯୋଗ କରିଛନ୍ତି।