
ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ପଠାଣି ସାମନ୍ତ ଜନ୍ମଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ଧୂପ,ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ,ପଠାଣି ସାମନ୍ତ ଜୟନ୍ତୀ କମିଟି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଉପ ସଭାପତି ରଣଜିତ ଦାଶ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ,ଡ ନିର୍ମଳ ଶୁରଦେଓ, ଗୋକୁଳ ଷଡଙ୍ଗୀ,ସୁରେନ୍ଦ୍ରନାଥ ମହାପାତ୍ର,ବିଶ୍ୱନାଥ ମହାପାତ୍ର,ପ୍ରତାପ ନନ୍ଦ,ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ବାସୁଦେବ ମହାନ୍ତି, ପ୍ରତାପ ନନ୍ଦ, ସଂଗ୍ରାମ ଗୁମାନସିଂହ,ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।By:-Laxmidhar Sahoo
