୧୯ ହଜାର ଗଭୀର ନଳକୂପ ନିର୍ମାଣ ପାଇଁ ଯୋଜନା ରହିଛି ।

ଆଜି ରାଜ୍ୟ ବଜେଟ ଅଧିବେଶନ ରେ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ  । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଆଳୁ ପାଇଁ ଆମେ କାହା ଉପରେ ନିର୍ଭର କରିବାକୁ ଚାହୁଁନାହୁଁ । ସରକାରଙ୍କ ପକ୍ଷରୁ  ଚାଷୀଙ୍କୁ ଆଳୁ  ବିହନ ଯୋଗାଇ ଦିଆଯାଉଛି । ଆମ ସରକାର ଯୁଗାନ୍ତକାରୀ ଶୀତଳଭଣ୍ଡାର ଯୋଜନା ଆଣିଛନ୍ତି । ରାଜ୍ୟର ସମସ୍ତ ସବଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଏହା ସହ ସବୁ ଅଚଳ ଶୀତଳ ଭଣ୍ଡାରକୁ କାଯ୍ୟକ୍ଷମ କରାଯିବ । ଏଥିପାଇଁ ଏକ ଜଳସେଚନ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି । ବଲାଙ୍ଗୀରର ସୁକତେଲ , ନୟାଗଡର ସୁକୁମି , ବରଗଡର ଘଟକେଶ୍ୱର ଜଳସେଚନ ପ୍ରକଳ୍ପ କାଯ୍ୟକ୍ଷମ କରାଯିବ । ରାଜ୍ୟକୁ ଅଧିକରୁ ଅଧିକ ଚାଷୀଙ୍କ କ୍ଷେତକୁ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଖଇରି ବନ୍‌ଘନ , ବୃତାଙ୍ଗ , ଭାମକୁଣ୍ଡ , ମାଙ୍କଡା , ଖାରଖାଇ – ୨ ପରି କିଛି ନୂଆ ଜଳସେଚନପ୍ରକଳ୍ପ ପାଇଁ ଲକ୍ଷ୍ୟ ରଖାଯାଇଛି । କୃଷି ପାଇଁ ୧୪ ଜହାର ୮୬୧ କୋଟି ବ୍ୟୟବରାଦ ହୋଇଛି । କୃଷି ପାଇଁ ୧୪ ଜହାର ୮୬୧ କୋଟି  ବ୍ୟୟବରାଦ ହୋଇଛି । ଅନ୍ୟ ପକ୍ଷରେ କହିଛନ୍ତି ୧୯ ହଜାର ଗଭୀର ନଳକୂପ ନିର୍ମାଣ ପାଇଁ ଯୋଜନା ରହିଛି । ପାନୀୟ ଜଳ , ଭୂତଳ ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ଉଦ୍ଦିଷ୍ଟ । ଜଳବାୟୁ ପରିବର୍ତ୍ତନ ପରିଚାଳନା ପାଇଁ  ପଦକ୍ଷେପ ନିଆଯାଇଛି । ନଦୀ ପୁନରୁଦ୍ଧାର ଯୋଜନା ଆରମ୍ଭ କରାଯାଇଛି । ମହାନଦୀ ଉପକୂଳରେ ଥିବା କଟକ ଓ ସମ୍ବଲପୁରକୁ ପଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ।  ବାଲେଶ୍ୱରରେ ସୁବଣ୍ଣରେଖା ସଂସ୍କାର ଯୋଜନା ଅଣାଯିବ ।ମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ଉନ୍ନତି କରାଯିବ । ଅଣ୍ଡା ଓ ମତ୍ସ୍ୟ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖିଛି । ଅସ୍ତରଙ୍ଗ ମାଛଧରା ବନ୍ଦରର ଉନ୍ନତିକରଣ କରାଯିବ । ସମ୍ବଲପୁର ଆକ୍ୱାପାର୍କର ଉନ୍ନତିକରଣ କରାଯିବ ।

ଅଧିକ ପଢନ୍ତୁ