ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ଅନ୍ତିମ ସୋପାନର ବିଶେଷ ଆକର୍ଷଣ ଆଜ୍ଞାମାଳ ଓ ବିରାଟକାୟ ଆଜ୍ଞାଲଡୁ ନିଲାମ ହୋଇଛି। ଚଳିତ ବର୍ଷ ସାଢେ ୩ ଟନ ଓଜନର ଆଜ୍ଞାଲଡୁକୁ ଟିଏସଏସ ଗ୍ରୁପ ୧୯ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି। ସର୍ବାଧିକ ୧୯ଲକ୍ଷ ୩୮ହଜାର ଟଙ୍କାରେ ଟିଏସଏସ ଗ୍ରୁପର ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଯତୀନ ମହାନ୍ତି ଓ ତାପସ ସାହୁ ୩ହଜାର ୫ଶହ କିଲୋ ଓଜନର ଗଜାନନଙ୍କ ଆଜ୍ଞାଲଡ଼ୁକୁ ନିଲାମରେ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପ୍ରଥମେ ଏହି ବିରାଟକାୟା ଆଜ୍ଞାଲଡ଼ୁକୁ ତାଳଚେର ଚିତ୍ରକୂଟ ଗଣେଶ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଏକ ପଟୁଆରରେ ଘଣ୍ଟବାଦ୍ୟ, ଝାଞ୍ଜ ଓ ମୃଦଙ୍ଗର ତାଳେ ତାଳେ ହଜାର ହଜାର ଲୋକଙ୍କ ମଧ୍ୟରେ କଡା ସୁରକ୍ଷାରେ ମେଲଣ ପଡ଼ିଆକୁ ଅଣାଯାଇଥିଲା। ଏହାକୁ ଦେଖିବାକୁ ସଭାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା।
