ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ୨୯୨ ରନ୍ରେ ଅଲ୍ ଆଉଟ୍ ହୋଇଛି ଇଂଲଣ୍ଡ। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧ରେ ସମାନ କରିଛି। ଭାରତ ପାଇଁ ଜସପ୍ରୀତ ବୁମରା ଏବଂ ଆର ଅଶ୍ୱିନ ସର୍ବାଧିକ ୩-୩ ୱିକେଟ ନେଇଥିଲେ। ଯେଉଁଠାରେ ମୁକେଶ କୁମାର, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି।ତେବେ ପ୍ରଥମ ଇନିଂସର ଅଗ୍ରଣୀ ସହିତ ଭାରତ ୨ୟ ଇନିଂସ ଆରମ୍ଭ କରିଥିଲା ।
ହେଲେ ୨ୟ ଇନିଂସରେ ଭାରତୀୟ ବ୍ୟାଟର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମାତ୍ର ୨୫୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ପୁରା ଟିମ୍ । ପୂର୍ବ ଇନିଂସର ରନ୍ ଏବଂ ୨ୟ ପାରିର ରନ୍କୁ ମିଶାଇ ୩୯୮ ରନ୍ର ଟାର୍ଗେଟ ରହିଥିଲା । ସିରିଜ୍ରେ ୨ୟ ବିଜୟକୁ ଟାର୍ଗେଟ କରି ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । ଦଳ ପକ୍ଷରୁ ଭଲ ଆରମ୍ଭ ହୋଇଥିଲା । ହେଲେ ଅନ୍ତରାଳରେ ପଡିଯାଇଥିଲା ଓ୍ୱିକେଟ୍ । ଇଂଲଣ୍ଡ ପକ୍ଷରୁ ୨ୟ ଇନିଂସରେ ଜ୍ୟାକ୍ କର୍ଲୀ ସର୍ବାଧିକ ୭୩ ରନ୍ କରିଛନ୍ତି ।