୨୦ରେ ରାଜ୍ୟ ବଜେଟ୍। ଆଜି ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବିଧାନସଭାରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ତୃତୀୟ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ କରିବେ ବିରୋଧୀ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନି ଛଟମି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି।

ଯଦି ଗୃହ ସ୍ବାଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସଂଯୋଜନା, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ।

ଅଧିକ ପଢନ୍ତୁ