୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି। ଲୋକସଭା ଓ ବିଧାନସଭାରେ ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି ଉଠାଇ ECI ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି।ଭୋଟ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିବା ଅଭିଯୋଗ ହେଉଛି । ସବୁଠୁ ବଡ କଥା ହେଲା ଏଡିଆର ରିପୋର୍ଟରେ ମଧ୍ୟ ଭୋଟର ସଂଖ୍ୟା ଓ ଭୋଟ ହାରକୁ ନେଇ ପ୍ରଶ୍ନ ଉଠିଛି । ଏସବୁ ପ୍ରସଙ୍ଗରେ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ।