୨୦୨୪ରେ ସମଗ୍ର ଦେଶର ଶ୍ରେଷ୍ଠ ଥାନାଭାବେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା ପାଟକୁରା ଥାନା

ସମଗ୍ର ଦେଶର ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ତାଲିକାରେ ଗଞ୍ଜାମ ଜିଲା ପାଟପୁର ଥାନା ସ୍ଥାନ ପାଇଛି। ଆସନ୍ତା ୨୯ରୁ ଡିସେମ୍ବର ୧ ଯାଏ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯିବ। ଏହା ଗଞ୍ଜାମ ଜିଲ୍ଲା ପୋଲିସ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ ବୋଲି କହିଛନ୍ତି ଗଞ୍ଜାମ ଏସ୍‌ପି । ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ବଳରେ ପାଟକୁରା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କାର ପାଇବାକୁ ହକ୍‌ଦାର । ଏହା ଦ୍ବାରା ଜିଲ୍ଲାର ଅନ୍ୟ ଥାନା ସବୁ ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ।

ସେପ୍ଟେମ୍ବର ୨୮ରେ ଗୃହ ମନ୍ତ୍ରଣାଳୟର ସତନ୍ତ୍ର ଟିମ୍‌ ପାଟପୁର ଏବଂ ଧରାକୋଟ ଥାନା ପରିଦର୍ଶନ କରି ଜନସାଧାରଣଙ୍କ ମତାମତ ନେଇ ରିପୋର୍ଟ ସଂଗ୍ରହ କରି ଫେରିଥିଲା। ଥାନା ଅଧିକାରୀ ମାନଙ୍କ କର୍ତ୍ତବ୍ୟନିଷ୍ଠା,ସ୍ବଚ୍ଛତା, ସେବା ମନୋଭାବ, ନିର୍ଦ୍ଧାରିତ ସମୟରେ କୋର୍ଟରେ ବିଭିନ୍ନ ମାମଲାର ଚାର୍ଜସିଟ ଦାଖଲ, ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର, ଆଇନଶୃଙ୍ଖଳା ରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପୋଲିସର ସହଭାଗିତା ସମ୍ପର୍କରେ ଅନୁଧ୍ୟାନ କରି ଟିମ୍‌ ଫେରିଥିଲା। ଏସବୁକୁ ସାମଗ୍ରିକ ଭାବେ ସମୀକ୍ଷା କରିିବା ପରେ ପାଟପୁର ଥାନାକୁ ଶ୍ରେଷ୍ଠ ଥାନାର ମାନ୍ୟତା ମିଳିିଛି।

ଅଧିକ ପଢନ୍ତୁ