୨୦୨୫ ପାଲଟିବ ଉତ୍ତପ୍ତ ବର୍ଷ

୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । ତେବେ ୨୦୨୪ କୁ କାଟିବ ୨୦୨୫ ଉତ୍ତାପ । ବିପଦ ଡାକିଆଣୁଛି ଜଳବାୟୁ ପରିବର୍ତ୍ତନ । ଚିନ୍ତା ବଢାଇଲା ବିଶ୍ୱ ପାଣିପାଗ ସଂଗଠନ ବା WMOର ରିପୋର୍ଟ । ଡବ୍ଲୁଏମଓ କହିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତର ଆହୁରି ବଢିବ । ଫଳରେ ଆଗାମୀ ଦିନରେ ଅଧିକ ଉତ୍ତାପର ସାମ୍ନା କରିବେ ବିଶ୍ୱବାସୀ । ୨୦୨୫ ବର୍ଷ ଗତ ରେକର୍ଡରେ ଥିବା ତିନୋଟି ଉତ୍ତପ୍ତ ବର୍ଷ ମଧ୍ୟରୁ ଗୋଟିଏ ହେବ । ୨୦୨୩ ଏବଂ ୨୦୨୪ ପରି, ୨୦୨୫ ବର୍ଷକୁ ମଧ୍ୟ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିପାରେ ।ଗୁଟେରସ୍ ଏକ ଚେତାବନୀ ଜାରି କରି କହିଛନ୍ତି ଯେ ଭବିଷ୍ୟତରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ। ୨୦୨୫ ମସିହାରେ ଅନେକ ଦେଶ ନିର୍ଗମନକୁ ହ୍ରାସ କରିବା ସହ ଏକ ସୁରକ୍ଷିତ ପଥ ଅନୁସରଣ କରିବାକୁ ପଡିବ। ନଚେତ୍ ଭୟାବହ ହେବ ସ୍ଥିତି । ଗୁଟେରସ୍ କହିବା କଥା ଆମକୁ ଏକ ନବୀକରଣଯୋଗ୍ୟ ଭବିଷ୍ୟତକୁ ସମର୍ଥନ କରିବାକୁ ପଡିବ । ଯାହା ଦ୍ୱାରା ଆମେ ଶକ୍ତି ସଙ୍କଟର ମୁକାବିଲା କରିପାରିବା । ଏମିତିକି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବି ହ୍ରାସ କରିପାରିବା ।

ଅଧିକ ପଢନ୍ତୁ