ଗୃହରେ କୃଷି ଓ ବିଦ୍ୟୁତ୍ ବିଭାଗର ଆଲୋଚନା ହୋଇଛି । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଅନ୍ୟପଟେ ୫ଟି ସ୍କୁଲ ବିଜୁଳି ବିଲ ପେମେଣ୍ଟ ଉପରେ କେଭି ସିଂହଦେଓ କହିଛନ୍ତି, ୫ଟ ସ୍କୁଲ ବିଜୁଳି ବିଲ ପେମେଣ୍ଟ ହୋଇନି, ଯାହାର ପରିଣାମ ଭୋଗୁଛି ସ୍କୁଲ। ପଞ୍ଚାୟତକୁ ବକେୟା ବିଲ ପୈଠ କରିବାକୁ ୧୦୫ କୋଟି ଦିଆଯାଇଛି। ୫ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ପରିଣାମ ଭୋଗୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।