୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଆରମ୍ଭ ହେବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ସହଭାଗିତାରେ କାର୍ଯ୍ୟକାରୀ ହେବ। ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି । ୬୦ -୭୫ ବର୍ଷ ବୟସ ଯାଏଁ ବରିଷ୍ଠ ନାଗରିକ ଯୋଜନାରେ ସାମିଲ ।ଜୁଲାଇ ୧୭ ରୁ ୧୫ ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ।
ସେପ୍ଟେମ୍ବର ୧୦ ରୁ ଭୁବନେଶ୍ବରରୁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ ବାହାରିବ । ପ୍ରଥମ ଫେଜରେ ଖୋର୍ଦ୍ଧା, କଟକ, ଜଗତସିହପୁର, ଢେଙ୍କାନାଳରୁ ଯିବେ । କେନ୍ଦ୍ରାପଡ଼ା ଓ ପୁରୀର ବରିଷ୍ଠ ନାଗରିକ ବି ଯିବେ । ମୋଟ ୬ ଦିନ ଓ ୫ ରାତି ରହଣି କରିବେ ତୀର୍ଥଯାତ୍ରୀ । ୭୦ -୭୫ ବର୍ଷ ବୟସର ନାଗରିକଙ୍କ ସହ ଜଣେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିପାରିବେ ।
