୨୦୨୬ ଜାନୁଆରି ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରି–୨୦୨୬ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗର ଅଣ୍ଡର ଗ୍ରାଜୁଏଟ (ସ୍ନାତକ),ପୋଷ୍ଟ୍ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗାମର ନାମଲେଖା ସୁବିଧା ରହିଛି।

ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃପଞ୍ଜୀକରଣ ଦେୟ ବାବଦରେ ୫୦ ପ୍ରତିଶତ ଛାଡ କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ www.ignou.ac.in କିମ୍ବା http://ignouadmission.samarth.edu.in ମାଧ୍ୟମରେ ଯୋଗାଯୋଗ କରିପାରିବେ। ଏହା ସହିତ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହ ଇ-ମେଲ rcbhubaneswar@ignou.ac.in ଏବଂ admissionrc21@ignou.ac.in ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ।

ଅଧିକ ପଢନ୍ତୁ