ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ” ୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ଉଦ୍ଦେଶ୍ୟରେ ୧୧,୭୧୮ କୋଟି ଟଙ୍କାର ବଜେଟ୍ ପାରିତ ହୋଇଛି ।ପ୍ରଥମ ଥର ପାଇଁ ସାରା ଦେଶରେ ଡିଜିଟାଲ ଜନଗଣନା ହେବ। ଏଥିପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୭ରୁ ସାରା ଦେଶରେ ଜନଗଣନା ହେବ। ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ହାଉସ୍ ଲିଷ୍ଟିଂ ଏବଂ ଗୃହ ଜନଗଣନା ହେବ, ଯାହା ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ; ଯେବେକି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ, ଯାହା ଫେବୃଆରୀ ୨୦୨୭ରୁ ଆରମ୍ଭ ହେବ ।ପ୍ରଥମ ଥର ପାଇଁ ଏକ ଡିଜିଟାଲ ଜନଗଣନା ହେବ ଯେଉଁଥିରେ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯିବ। ଏହି ଆପ୍ଲିକେସନ୍ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ।ଭାରତର ଜନଗଣନା (Census of India) ଦେଶର ଜନସଂଖ୍ୟା, ଜନସାଂଖ୍ୟିକ, ସାମାଜିକ-ଅର୍ଥନୈତିକ ସ୍ଥିତି ଏବଂ ସମ୍ବଳ ବଣ୍ଟନର ଏକ ବ୍ୟାପକ ସର୍ବେକ୍ଷଣ। ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଜେନେରାଲ ଏବଂ ସେନ୍ସସ କମିଶନରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ।
