ଦୀର୍ଘ ୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ଆୟୋଜକଙ୍କ ପକ୍ଷରୁ ବୁଧବାର ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ଟି-୨୦ ଫର୍ମାର୍ଟରେ ଖେଳାଯିବ । ସବୁଠାରୁ ବଡ କଥା ହେଉଛି, ସୂଚନା ଅନୁସାରେ ପୁରୁଷ କ୍ରିକେଟ ହେଉ କି ମହିଳା କ୍ରିକେଟ, ବିଶ୍ୱର କେବଳ ୬ ଟି କ୍ରିକେଟ ଦଳ ୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ଅଲିମ୍ପିକ୍ସରେ କ୍ରିକେଟ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ନିୟମ ପ୍ରସ୍ତୁତ କରିଛି ।
ଶେଷଥର ଲାଗି ୧୯୦୦ ମସିହାରେ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟରେ ଦୁଇ ଦିନିଆ ମ୍ୟାଚ ହୋଇଥିଲା। ଏବେ ଲସ ଏଞ୍ଜେଲ୍ସରେ କ୍ରିକେଟ ଖେଳ ଅନୁଷ୍ଠିତ ହେବ। ଆୟୋଜକମାନେ ଗୋଟିଏ ଟିମରେ ସର୍ବାଧିକ ୧୫ ଜଣ ଖେଳାଳି ରହିବେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ରେ ବର୍ତ୍ତମାନ ୧୨ଟି ନିୟମିତ ଏବଂ ୯୪ ସହଯୋଗ ସଦସ୍ୟ ରହିଛନ୍ତି। ନିୟମିତ ସଦସ୍ୟମାନଙ୍କ ମଧ୍ୟରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଓ୍ବେଷ୍ଟ ଇଣ୍ଡିଜ ଏବଂ ଜିମ୍ବାଓ୍ବେ ରହିଛନ୍ତି। ତେବେ ଅଲିମ୍ପିକ୍ସରେ ଭାଗନେବା ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି କୁହାଯାଇନାହିଁ।