୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏସଆଇ । ବାଙ୍କୀ ଥାନା ସୁବଣ୍ଣପୁର ପୋଲିସ ବିଟର ଏସଆଇ ପ୍ରସନ୍ନ ମାହାଳି ଧରାପଡିଲେ ।ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । ଆଜି କ୍ଷତିପୂରଣ ସହ ପାଞ୍ଚ ଲକ୍ଷ ଟଙ୍କାର ବୀମା ଟଙ୍କା କରାଇ ଦେବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଥାନାବାବୁ । DSP ସୁଶିଲ କୁମାର ସାହୁଙ୍କ ନେତୃତ୍ଵରେ କଟକ ଭିଜିଲାନ୍ସର ୧୧ ଜଣିଆ ଟିମ ଚଢ଼ାଉରେ ସାମିଲ ଥିଲେ । ଅଫିସ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଧରାପଡିବା ପରେ ଅଫିସ ସମେତ ପୈତୃକ ଗାଁରେ ଭିଜିଲାନ୍ସ ରେଡ କରିଛି ।

ଅଧିକ ପଢନ୍ତୁ