୨୩ରେ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ

ନୟାଗଡ଼,୨୨/୧: ୨୩ ତାରିଖରେ ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟ ନୟାଗଡ଼ ସାଗର ପୋଖରୀ କୂଳ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ମୋଟ ୩୩ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟର ଅନ୍ତିମ ପ୍ରତିଯୋଗିତା ରଣପୁର ବ୍ଲକରେ ଅନୁଷ୍ଠିତ ହୋଇଥିଲା। ରଣପୁର ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୭ ଜଣ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଲକ୍ଷ୍ମୀ ପ୍ରତିମା ଶତପଥୀ, ସତ୍ୟନାରାୟଣ ମହାପାତ୍ର,ଜୟଶ୍ରୀ ଦେବୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ କରିଥିଲେ। ଏହି ପ୍ରତିଯୋଗିତାରେ ସଙ୍ଗୀତଧାରା ସଭାପତି ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ, ଉପସଭାପତି ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ ଦାଶ,ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ,ବିରଞ୍ଚି ନାରାୟଣ ତ୍ରିପାଠୀ, ଅଶୋକ ମଲ୍ଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ

ଅଧିକ ପଢନ୍ତୁ

Odisha Darpan Digital