୨୪ରୁ ପ୍ରଧାନମନ୍ତୀ ଆବାସ ସର୍ଭେ ଆରମ୍ଭ

୨୪ ରୁ ଆରମ୍ଭ ହେବ ପିଏମ ସର୍ଭେ ଏନେଇ ସୂଚନା ଦେଇଛନ୍ତି ପଂଚାୟତରାଜମନ୍ତ୍ରୀ ରବି ନାୟକ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ ୨୪ ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର | ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ହିତାଧିକାରୀ ଆବେଦନ କରିପାରିବେ। ଦେଢ଼ମାସରୁ ୨ ମାସ ଆବାସ ସର୍ଭେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା ରଖାଯାଇଛି।

ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ। ମୋବାଇଲ ଆପ୍ଲିକେସନ ‘ଆୱାସ ପ୍ଲସ’ ମାଧ୍ୟମରେ ସାନି ସର୍ଭେ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ । ବ୍ଲକ ଓ ଜିଲାସ୍ତରରେ ଉପଲବ୍ଧ ଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ପ୍ରଶାସନିକ ପାଣ୍ଠିରୁ ଖର୍ଚ୍ଚ ତୁଲାଇବାକୁ କୁହାଯାଇଛି । ସବୁ ପଞ୍ଚାୟତରେ ମାଇକ ଯୋଗେ ଘୋଷଣା କରାଯିବ। ରେକର୍ଡିଂ ହୋଇଥିବା ତଥ୍ୟ ରାଜ୍ୟ ସରକାର ଯୋଗାଇ ଦେବେ ଯାହାକୁ ମାଇକ ଯୋଗେ ପ୍ରଚାର କରାଯିବ । ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରି ପାରିବେ |

ଅଧିକ ପଢନ୍ତୁ

Odisha Darpan Digital