ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ। ଆସନ୍ତା ୨୪ଘଣ୍ଟାରେ ସଙ୍କଟ ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି। ମାସେ ହେଲାଣି ଆଳୁ ସଙ୍କଟ ଲାଗି ରହିଛି। ଶହେ ଟଙ୍କା ତିନି କିଲୋ ଆଳୁ ଗୋଟିଏ ଦିନ ସରକାର ଚୁପ ବସିଛନ୍ତି। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ଏବେ ଅଫିସର କୁଆଡେ ଗଲେ ପ୍ରଶ୍ନ କରିଛନ୍ତି ନାଗରିକ ସୁରକ୍ଷା ମଞ୍ଚର ସଭାପତି।ସେପଟେ, ଆଳୁ ପ୍ରସଙ୍ଗକୁ ନେଇ ଓଡିଶା ବ୍ୟବସାୟୀ ମହାସଂଘର ପ୍ରତିକ୍ରିୟା ଆସିଛି।
ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ସେଠାକାର ସରକାର କିଛି ଶୁଣିଲେନି। ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ବ୍ୟବସାୟୀ, ଚାଷୀ ଓ ଶୀତଳଭଣ୍ଡାର ମାଲିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କ କଥାକୁ ଗ୍ରହଣ କରି ନ ଥିବାରୁ ଏହି ବୈଠକ ପରେ ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଆଳୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଯାହାକି ଆଜି ରାତି ସୁଦ୍ଧା ଜଣାପଡିବ ବୋଲି ଓଡିଶା ବ୍ୟବସାୟୀ ମହାସଂଘ କହିଛି।ପଶ୍ଚିମବଙ୍ଗରୁ ଆଳୁ ସମ୍ପୂର୍ଣ୍ଣ ବନ୍ଦ ହେଲେ ୟୁପି, ବିହାର ଓ ପଞ୍ଜାବରୁ ଆଳୁ ଆଣିବାକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ବ୍ୟବସାୟୀ। ବ୍ୟବସାୟୀ ମାନେ ପ୍ଲାନ ବି ରେଡି କରୁଛନ୍ତି। କିନ୍ତୁ ଏବେ ଆର୍ଥିକ ଦୃଷ୍ଟିକୋଣରୁ ନା ୟୁପିକୁ ଅଧିକ ଅର୍ଡର ଦେଇହେଉ ନାହିଁ କି ମନା କରି ହେଉନାହିଁ।