ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ। ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରିବା କଥା ବୋଲି ବିଜେଡି କହିଛି। ହେଲେ କେନ୍ଦ୍ରମନ୍ତ୍ରୀ ଆସି ଉଦଘାଟନ କରୁଛନ୍ତି। ଏଥିପାଇଁ ବିଜେଡି ଆଜି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲା ତେବେ ବିଜେପି ପରେ ଖୁବଶୀଘ୍ର ବିଜେଡି କରିବ ପ୍ରଶିକ୍ଷଣ ଶିବର ।
୨୫ ତାରିଖରେ ଶଂଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ । ଏଥିରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ପ୍ରଶିକ୍ଷଣ ଦେବେ । ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ।