ଛତିଶଗଡ ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁ ମୃତ । ଓଡିଶାରେ ସକ୍ରୀୟ ଥିଲେ ଦାସରୁ ଓରଫ କାର୍ତ୍ତିକ ଓରଫ ରାମଚନ୍ଦ୍ର। ଛତିଶଗଡ ପୁଲିସ ଦାସୁରଙ୍କ ଫଟୋ ଜାରି କରି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ସୂଚନାମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ନକ୍ସଲଙ୍କର ଚିହ୍ନଟ ହୋଇଛି। ମୃତ ନକ୍ସଲ ମଧ୍ୟରୁ ୫ ଜଣ ପୁରୁଷ ଏବଂ ୨ ଜଣ ମହିଳା ନକ୍ସଲ ଅଟନ୍ତି।
ତେବେ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ରାଓ ଓରଫ କାର୍ତ୍ତିକ ଅରଫ ଦସରୁର ମଧ୍ୟ ମୃତ୍ୟୁ ଘଟିଛି। ରାମଚନ୍ଦ୍ର ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।କେକେବିଏନ୍ ଅଂଚଳରେ ରାଜୁତି କରୁ ଥିଲେ ଦାସରୁ। ସେ ଓଡିଶା ଷ୍ଟେଟ୍ କମିଟିର ସଦସ୍ୟ ଥିଲେ । ଏସ.ସି.ଏମ ସହ ପଶ୍ଚିମ ବ୍ୟୁରୋର ସଚିବ ଥିଲେ। ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ସମୟରେ ମାନବ ଢାଳ କରି ଖସିବାକୁ ଉଦ୍ୟମ କରି ଥିଲେ ଦାସରୁ। ଚାରି ଜଣ ନାବାଳକଙ୍କୁ ଢାଳ କରି ଜଙ୍ଗଲରୁ ଖସିଯିବାକୁ ଉଦ୍ୟମ କରିଥିଲେ ।ହେଲେ ସୁରକ୍ଷା କର୍ମୀଙ୍କ ଗୁଳିରୁ ମାଓନେତା ଦାସରୁ ବର୍ତ୍ତି ପାରିନଥିଲେ ।