‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ମୋଦି |ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ପଞ୍ଜୀକୃତ ମହିଳାଙ୍କ ଆକାଉଣ୍ଟକୁ ଯାଇଛି । ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇଛି ।ଏହାସହ ଆଜି ଭୁବନେଶ୍ୱର ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା -୨.୦ ଯୋଜନାର ମଧ୍ୟ ଶୁଭଉଦଘାଟନ କରିଛନ୍ତି । ଏହି କ୍ରମରେ ଆଜି ୨୬ ଲକ୍ଷ ଲୋକଙ୍କୁ ମିଳିଛି ଘରର ଚାବି । ତେବେ ଲୋକଙ୍କ ମନରେ ସୁଭଦ୍ରା ଯୋଜନାକୁ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିବା ପାଇଁ ଯାଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ଓ ଆବେଦନ ପ୍ରକ୍ରିୟା ଜାରି ରହିବ ।
ସେହିପରି ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯିବ, ପ୍ରଥମେ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ଜାଣିବା ପାଇଁ ୧ ଟଙ୍କା ପଠାଯିବ । ଏହାପରେ ପର୍ଯ୍ୟାୟକ୍ରମେ କିସ୍ତି ଟଙ୍କା ମିଳିବ । ତେବେ ଟଙ୍କା ପଠାଯିବା ପରେ SMS ମାଧ୍ୟମରେ ସୂଚନା ଦିଆଯିବ ।