୨୭ ତାରିଖରେ ଆସୁଛି ବାତ୍ୟା ମୋନ୍ଥା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ ଏବଂ ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା କରାଯାଉଛି। ଥାଇଲାଣ୍ଡର ସୁପାରିସେ ବାତ୍ୟା ନାଁ ରଖାଯାଇଛି ମୋନ୍ଥା । ଥାଇ ଭାଷାରେ  ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ, ସୁନ୍ଦର ଫୁଲ । ବାତ୍ୟାର ନାଁ ମୋନ୍ତା ନେଇ ଏଯାଏଁ ସ୍ପଷ୍ଟ କରିନାହିଁ ଆଇଏମଡି । ଡବ୍ଲ୍ୟୁଏମଓ ପ୍ୟାନେଲ ଅନୁସାରେ ଏଥର ଥାଇଲାଣ୍ଡ ନାମକରଣ କରିବ ।  ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ  କଲା ପାଣିପାଗ କେନ୍ଦ୍ର । ୨୬ ତାରିଖରୁ ସମୁଦ୍‌ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାରୁ  ୨୯ ଯାଏଁ ଭିତରକୁ  ନ ଯିବାକୁ  ପରାମର୍ଶ ଦିଆଯାଇଛି ।ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡିନଥିଲେ ବି ଆନ୍ଧ୍ରକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି। ଓଡିଶାରେ କେବଳ ପ୍ରବଳ ବର୍ଷା ହେବ। ତିନି ଦିନ ଧରି ବର୍ଷା ପବନ ରହିଛି ।

ଅଧିକ ପଢନ୍ତୁ

Odisha Darpan Digital