ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବୁଧବାର ଭବ୍ୟ ଏବଂ ଦିବ୍ୟ ଦୀପୋତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ପ୍ରଜ୍ୱଳନ କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଛି । ଏହାସହ ବ୍ୟତୀତ ୧୧୨୧ ଜଣ ଏକାସଙ୍ଗରେ ସରଯୂ ନଦୀ କୂଳରେ ଆଳତୀ କରି ଦ୍ୱିତୀୟ ରେକର୍ଡ କରିଛନ୍ତି । ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ଟି ନୂଆ ଗିନିଜ ଓ୍ବାର୍ଡ ରେକର୍ଡ୍ସର ପ୍ରମାଣପତ୍ର ମଧ୍ୟ ଗ୍ରହଣ କରିଛନ୍ତି। ଦୀପୋତ୍ସବ ପାଳନ ସମୟରେ ପର୍ଯ୍ୟଟନ ବିଭାଗକୁ ମିଳିଥିବା ଏହି ପ୍ରମାଣପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ।ଦୀପୋତ୍ସବ ପାଇଁ ସଂଧ୍ୟା ୬ଟା ୫ ମିନିଟରେ ଦୀପ ପ୍ରଜ୍ୱଳନ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । ମଞ୍ଚରୁ ଆଦେଶ ମିଳିବା ପରେ ସ୍ୱେଚ୍ଛାସେବୀମାନେ ନିର୍ଦ୍ଧାରିତ ୨୫ ମିନିଟରେ ସମାନାନ୍ତରଳରେ ୨୮ ଲକ୍ଷ ଦୀପ ପ୍ରଜ୍ୱଳନ କରିଥିଲେ । ଏହାପରେ ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ପକ୍ଷରୁ ଦୀପ ଗଣତି କରାଯାଇଥିଲା । ଘାଟ ସଂଖ୍ୟା ୧ରୁ ୫୫ ଯାଏ ପ୍ରଜ୍ୱଳନ କରାଯାଇଥିବା ଦୀପ ସଂଖ୍ୟା ଡ୍ରୋନରୁ ୨୮ ଲକ୍ଷରୁ ଅଧିକ ଥିବା ଗଣତି କରାଯାଇଥିଲା ।ଅନ୍ଧାରରେ ଆଲୋକର ବିଜୟ ଉତ୍ସବ ବା ଦୀପାବଳି ଉପଲକ୍ଷେ ସରାୟୁ ନଦୀ କୂଳରେ ଏହି ଦୀପୋତ୍ସବ ପାଳିତ ହୋଇଥିଲା, ଯାହା ବେଶ୍ ଆକର୍ଷଣୀୟ ହୋଇଥିଲା।