୨୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ତିନୋଟି ଜିଲ୍ଲାରେ ମୋଟ ୨୮ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଦନ୍ତେୱାଡା ପୋଲିସ ଏବଂ CRPF ଜବାନଙ୍କ ପ୍ରୟାସରେ ଏହି ସଫଳତା ମିଳିଛି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳରେ ସକ୍ରିୟ ଥିଲେ । ଛତିଶଗଡ଼ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ଏହି ମାଓବାଦୀ ମାନେ ଛତିଶଗଡ଼ର ତିନୋଟି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ଆତ୍ମସମର୍ପଣ କରିବା ପରେ ସମସ୍ତଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଇଛି । ଏହା ସହ ସେମାନଙ୍କୁ ପୁନର୍ବାସ ନୀତିର ଲାଭ ଦିଆଯିବ ବୋଲି ତିନି ଜିଲ୍ଲା SPଙ୍କ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ

kc ads