୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଦିନକ ପରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ସଲେଶ୍ୱରୀଙ୍କ ମନ୍ଦିର । ତେବେ ନୂଆଖାଇ ପର୍ବ ଉପଲକ୍ଷେ ରାଜ୍ୟ ସରକାର ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି । ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ତା ସହିତ ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ଗୁଡ଼ିକ ମଧ୍ୟ ଛୁଟି ରହିବ । ତେବେ ଆସନ୍ତା ୧୩ ତାରିଖ (ଦ୍ୱିତୀୟ ଶନିବାର)କୁ କିନ୍ତୁ ରାଜ୍ୟ ସରକାର କାର୍ଯ୍ୟ ଦିବସ ଭାବେ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ