+୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି।କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ।ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ। ମୋଟ୍‌ ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ କୃତକାର୍ଯ୍ୟ ହେବ।ସମସ୍ତ କଲେଜ୍‌ଗୁଡ଼ିକୁ ଏହି ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital