ସମ୍ବଲପୁର ମଣ୍ଡଳ କାରାଗାରରୁ ୨ ଦିନିଆ ରିମାଣ୍ଡରେ ଗଲା ସମର୍ଥ ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ଦାସ । ପ୍ରଥମେ ମେଡିକାଲ ଯାଂଚ କରାଯିବ । ଯେହେତୁ ଅଭିଯୁକ୍ତ ହରିଶ ନାରେ ଦୁଷ୍କର୍ମ ମାମଲା ରହିଛି । ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ୍ । ୩ ଦିନିଆ ରିମାଣ୍ଡ ମାଗିଥିବା ପୁଲିସ୍କୁ କୋର୍ଟ ଅନୁମତି ଦେଇଛନ୍ତି । ୯ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା ଓ ନିର୍ଯାତନା ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରାଯିବ । ତେଣୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି । ଯେଉଁ ଯେଉଁ ତଥ୍ୟ ସାମ୍ନାକୁ ଆସିବ ସେ ଦିଗରେ ତଦନ୍ତ ହେବ ବୋଲି ଅତିରିକ୍ତ ଏସପି ଅଜୟ ମିଶ୍ର କହିଛନ୍ତି । ସେପଟେ ସମର୍ଥ ଅନୁଷ୍ଠାନରୁ ସମସ୍ତ ଅନ୍ତେବାସୀଙ୍କୁ ସ୍ଥାନାନ୍ତର ପରେ ଅନୁଷ୍ଠାନକୁ ସିଲ କରାଯାଇଛି।