୨ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ୍‌, ଆନ୍ଦୋଳନ ଡାକରା ଦେଲେ ବ୍ୟାଙ୍କ୍‌ କର୍ମଚାରୀ

୨୪ ଏବଂ ୨୫ ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ସାରା ଓଡ଼ିଶାରେ ବ୍ୟାଙ୍କ ସେବା ଦୁଇ ଦିନ ପାଇଁ ପ୍ରଭାବିତ ହେବାର ସମ୍ଭାବନା ଅଛି। ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବ ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି ।ଏହା ବ୍ୟତୀତ, ସଂଘ ଆର୍ଥିକ ସେବା ବିଭାଗ (DFS) ର ସାମ୍ପ୍ରତିକ ନିର୍ଦ୍ଦେଶାବଳୀକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛି।ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ IBA ସହିତ ବାକି ଥିବା ସମସ୍ୟାଗୁଡ଼ିକର ସମାଧାନ, ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ ଏବଂ ସୀମାକୁ 25 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆୟକରରୁ ମୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଛି।

ଅଧିକ ପଢନ୍ତୁ