୨ ବର୍ଷରେ ୬୫ ହଜାର ୬୪ ୯ ଡିଏଲ ରଦ୍ଦ

ଅମାନିଆ ହେଉଛନ୍ତି ଗାଡି ଚାଳକ । ଲାଇସେନ୍ସ ରଦ୍ଦ କରୁଛନ୍ତି ସରକାର । ଗତ ୨ ବର୍ଷରେ ୬୫ ହଜାର ୬୪୯ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯାଇଛି । ଗୃହରେ ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ମଦ୍ୟପାନ, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାରା ରାଜ୍ୟରେ ଏହି ଯାଞ୍ଚ ତୀବ୍ରତର କରାଯାଇଛି। ରାଜ୍ୟବ୍ୟାପି ସଡ଼କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି ।

ଅଧିକ ପଢନ୍ତୁ