୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ୫ ବର୍ଷର ଶିଶୁ ସ୍ମୃତି ସାଲୋମ

ବିସ୍ମୟ ଶିଶୁ ସ୍ମୃତି ସାଲୋମ । ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଲେ ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗାଁର ଉତ୍ସାହ ର ମାହୋଲ । ଗାଁର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗରଙ୍କ ଶିଶୁ ପୁତ୍ର ହେଉଛନ୍ତି ସ୍ମୃତି ସାଲୋମ ।୫ ବର୍ଷ ୯ ମାସର ଶିଶୁ । ହେଲେ ଅନର୍ଗଳ କହୁଛନ୍ତି ଦେଶ , ବିଦେଶର ନାଁ ସାଙ୍ଗକୁ କବି , ଲେଖକ , ଖେଳାଳୀ , ମହାପୁରୁଷଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କ ନାଁ । ଆଉ ମାତ୍ର ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଛନ୍ତି ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗ୍ରାମର ମଧ୍ୟବିତ୍ତ ପରିବାର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗର ଙ୍କ ପୁଅ ହେଇଛନ୍ତି ସ୍ମୃତି ସାଲୋମ ଭୋସାଗର । ରଞ୍ଜନା ଉଚ୍ଚ ଶିକ୍ଷିତା ହେଲେ ଗୃହିଣୀ । ପ୍ରେମାନନ୍ଦ ମଧ୍ୟ ଶିକ୍ଷିତ ହେଲେ ବୁଣାକାର ଭାବେ କାର୍ଯ୍ୟ କରନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ପୁଅର ବୈଜ୍ଞାନିକ ସ୍ବପ୍ନ ପୂରଣ କରି ପାରିବେ ନାହିଁ । ସେଥିପାଇଁ ଶିଶୁ ପୁତ୍ର ର ଶିକ୍ଷା ପାଇଁ ସରକାର ଙ୍କ ଠାରେ ନିବେଦନ କରିଛନ୍ତି ।

ସ୍ମୃତି ସାଲୋମ ଭୋସାଗର ଙ୍କ କମାଳ ଦେଖିବା ସହ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇବାର ଖବର ପ୍ରସାରିତ ହେବା ପରେ ସ୍ମୃତି ଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ର ସୁଅ । ଏଆରି ଭିତରେ ଗାଁର ମହିଳା ମାନେ ସ୍ମୃତି ଙ୍କୁ ଶୁଭେଚ୍ଛା ଜଣାଇବା ସହ ବିପୁଳ ସ୍ବାଗତ କରିଛନ୍ତି । ସ୍ମୃତି ଗାଁ ର ଗର୍ବ ଓ ଗୌରବ ବୋଲି କୁହନ୍ତି ଗ୍ରାମବାସୀ ।ମାତ୍ର ୫ ବର୍ଷ ୯ ମାସର ଶିଶୁ ପୁତ୍ର ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଥିବାରୁ ଧାଙ୍ଗେର ଗାଁ ସମେତ ବରଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ସ୍ମୃତି ସାଲୋମ ।

ଅଧିକ ପଢନ୍ତୁ

kc ads