୨ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ନକଲି ନୋଟ୍‌ ଦେଇ ଜିନିଷ କିଣିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଏହାସହିତ ମୁଖ୍ୟ ଅଭିଯୁକ୍ତର ଘରେ ଚଢାଉ କରି ୨ଲକ୍ଷ ୭୨ ହଜାର ଟଙ୍କା ଜବତ ହୋଇଛି । ଗ୍ରାମାଞ୍ଚଳ ଥାନା ଆନନ୍ଦବଜାରର ଏକ ଷ୍ଟେସନାରୀ ଦୋକାନରେ ଜଣେ ଯୁବକ ଶନିବାର ସାମଗ୍ରୀ କିଣି ଏକ ୨୦୦ ଟଙ୍କା ନୋଟ ଦେଇଥିଲେ l ଉକ୍ତ ନୋଟ୍‌ ଜାଲ ଥିବା ଜାଣିପାରି ପାଖ ଦୋକାନୀଙ୍କ ସହାୟତାରେ ଉକ୍ତ ଯୁବକଙ୍କୁ କାବୁ କରି ପୋଲିସକୁ ଦେଇଥିଲେ l ଉକ୍ତ ଯୁବକ ହେଉଛନ୍ତି ଅର୍ଣ୍ଣପାଳ ଗ୍ରାମର ସୁଶାନ୍ତ ସାହୁ। ତାଙ୍କ ଜମାନ ବନ୍ଦୀ ଅନୁସାରେ ପୋଲିସ ରବିବାର ରାତିରେ ଦଶରଥପୁର ଗ୍ରାମରୁ ମାଷ୍ଟରମାଇଣ୍ଡ ଚନ୍ଦ୍ରମଣି ବଳକୁ ଗିରଫ କରିଥିବା ଖବରଦାତା ସମ୍ମିଳନୀରେ ସୋମବାର ସୂଚନା ଦେଇଛି ପୋଲିସ l ଚନ୍ଦ୍ରମଣି ବଳ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ଏହି ନକଲି ନୋଟ୍‌ କାରବାର ନେଇ ଅଭିଯୋଗ | ଚନ୍ଦ୍ରମଣିଙ୍କୁ ରିମାଣ୍ଡରେ ଅଣିବା ପରେ ଏହି ଜାଲ୍‌ ନୋଟ୍‌ କାରବାରରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡିବ ବୋଲି ଗ୍ରାମାଞ୍ଚଳ ଏସଡିପିଓ ବିଚିତ୍ରା ନନ୍ଦ ସେଠୀ କହିଛନ୍ତି ।

ଅଧିକ ପଢନ୍ତୁ

kc ads