ମୋରଡା ବ୍ଲକ୍ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଲିଅରେନ୍ସ ପାଇଁ ୨ ହଜାର ଟଙ୍କା ବ୍ଲକ ପରିସର ଭିତରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ କିରାଣୀ ପାର୍ଥସାରଥୀଙ୍କୁ ମାଡି ବସିଥିଲେ l ତେବେ ପାର୍ଥସାରଥୀ ଟଙ୍କା ଗୁଡିକୁ ଫିଙ୍ଗି ଦେଇ ଅଫିସ ଭିତରକୁ ଚାଲି ଯାଇଥିଲେ l ଏହାପରେ ଭିଜିଲାନ୍ସ ଟିମ କେମିକାଲ ମିଶ୍ରିତ ପାଣିରେ ପାର୍ଥସାରଥୀଙ୍କ ହାତ ଧୋଇବାରୁ ପାର୍ଥସାରଥୀ ଲାଞ୍ଚ ନେଉଥିବାର ପ୍ରମାଣ ହୋଇଥିଲା l ଏହାପରେ ପାର୍ଥସାରଥୀଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ଅଧିକ ପଚାରୁଚୁରା କରୁଛି l
