ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । କହିଲେ ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ ହୋଇଛି । ଦକ୍ଷତା ବୃଦ୍ଧି ପାଇଁ ଓଡିଶାରେ ଏକ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରାଯିବ । ରାମଚଣ୍ଡିରେ ଏକ ଜଳ ଦକ୍ଷତା ଏବଂ ପ୍ରଶିକ୍ଷଣ କେନ୍ଦର ନିର୍ମାଣ ଜାରି ରହିଛି । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ପରେଡ ପ୍ରଦର୍ଶନରେ ଭାଗ ନେଇଥିଲେ ମୁଖ୍ୟମନ୍ତ୍ରୀ । ୯୧୧ ଅଗ୍ନିଯୋଦ୍ଧା ପ୍ରଶିକ୍ଷିତ ହୋଇଛନ୍ତି । ଏହି ସମାରୋହରେ ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରଶିକ୍ଷିତ ହୋଇଥିଲେ ଅଗ୍ନିଯୋଦ୍ଧା । ଗତ ନଭେମ୍ବରରେ ଏହି ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ଦେଇଥିଲେ ।
