ବିଜେପି ସରକାର କ୍ଷମତାକୁ ଆସିବାକୁ ଏହା ଭିତରେ ଦେଢ଼ ମାସ ବିତିଗଲାଣି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ନୂଆ ସରକାର ପୂରଣ ବି କଲେଣି । ଆଉ କିଛି ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ବ୍ୟୟ ବରାଦ ମଧ୍ୟ କରିଛନ୍ତି ।ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବେ । ବଜେଟ୍ର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରିବେ । ଏହାକୁ ନେଇ ଯୋଜନା ହୋଇଛି ।
ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ସହ ଯୋଡିବା ପାଇଁ ସଙ୍ଗଠନ ଭୂମିକା । ସଙ୍ଗଠନ ସେଇ ଭୂମିକା ନିର୍ବାହ କରିବ। ଜନହିତକାରୀ ନିଷ୍ପତ୍ତି ସରକାରୀ ସ୍ତରରେ ହେବ। ବିଜେପି ସରକାରର ନିଷ୍ପତିକୁ ଲୋକମାନଙ୍କ ପାଖରେ ପହଁଚାଇବାକୁ ଜିଲ୍ଲା ଗସ୍ତ କରିବେ ମନ୍ତ୍ରୀ । ପ୍ରତି ମନ୍ତ୍ରୀ ୨ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ। ଏହି ସମୟରେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ମୋହନ ସରକାରଙ୍କ ଯୋଜନା ଓ ନିଷ୍ପତି ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ ।