୩୦ ଦିନ ମଧ୍ୟରେ ସରିବ ତଦନ୍ତ – ଆଇନ ମନ୍ତ୍ରୀ

ପୁରୀ ଶରଧାବାଲିରେ ଯେଉଁ ଅଘଟଣ ଘଟିଲା । ସେଥିପାଇଁ ପହଡ଼ ବନ୍ଦ ନୁହେଁ । ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ। ସ୍ୱାଭାବିକ ସମୟରେ ପହଡ ପଡିଥିଲା। ନୀତିକାନ୍ତି ସରିବା ପରେ ପହଡ ପଡିଥିଲା। ଅଯଥା ଜଗନ୍ନାଥଙ୍କୁ ଅନିଦ୍ରା କରିବାର ଆବଶ୍ୟକତା ନଥିଲା। ତେଣୁ ପହଡକୁ ନେଇ କୌଣସି ଦ୍ୱନ୍ଦ ନାହିଁ। ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରିବେ ଉନ୍ନୟନ କମିଶନର। ୩୦ ଦିନ ମଧ୍ୟରେ ସରିବ ତଦନ୍ତ। ଅନ୍ୟ କାହାର ଅବହେଳା ଥିବାର ଜଣାପଡିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଗକୁ କିପରି ଅଘଟଣ ନହେବ ସେ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ।ପୁରୀ ଶରଧାବାଲିରେ ଗତକାଲି ବଡ଼ ଅଘଟଣ ଘଟିଥିଲା । ଦଳାଚକଟାରେ ୩ ଭକ୍ତଙ୍କ ଜୀବନ ଯିବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବଦଳି ହୋଇଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି ଚଞ୍ଚଲ ରାଣା । ସେହିପରି ଏସ୍‌ପି ଭିନୀତ୍‌ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍‌ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅଧିକ ପଢନ୍ତୁ

kc ads