୩୦ ହଜାର ଲାଞ୍ଚ ନେଉଥିଲେ ଆରଆଇ, ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆର୍‌ଆଇ ଓ ପିଅନ । ସେମାନଙ୍କ ନାଁ ଯଥାକ୍ରମେ ବରୁଣ ଜେନା ଓ ବଳରାମ ସାହୁ । ଢେଙ୍କାନାଳ ସଦର ଆରଆଇ ଅଫିସରେ ସେମାନେ ନିଯୁକ୍ତ ହୋଇଛନ୍ତି ।ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଯୋଜନା ପ୍ରକାରେ ଅଭିଯୋଗକାରୀ ଆଜି ସେ ବଳରାମ ସାହୁଙ୍କ ମାଧ୍ୟମରେ ଆରଆଇ ବରୁଣ ଜେନାଙ୍କୁ ୩୦ହଜାର ଟଙ୍କାର ଲାଞ୍ଚ ଅର୍ଥ ଦେଇଥିଲେ। ସେମାନେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲା।

ଅଧିକ ପଢନ୍ତୁ