୩୩ ସ୍ମାର୍ଟଫୋନ୍‌ରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌

ମେଟା ଦ୍ଵାରା ପରିଚାଳିତ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ iPhone 5s, iPhone 6 ଓ iPhone 6 Plusରେ ଆସନ୍ତା ବର୍ଷଠାରୁ ହ୍ବାଟ୍ସଆପ୍ କାମ କରିବ ନାହିଁ। WABetaInfoର ଏକ ରିପୋର୍ଟ ଅନୁସାରେ, ୨୦୨୫ ମସିହା ମେ’ ୫ ତାରିଖରୁ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ଭର୍ସନକୁ ସପୋର୍ଟ କରିବ ନାହିଁ। ଏହି ପରିବର୍ତ୍ତନ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ରେ ମଧ୍ୟ ଦେଖାଦେବ। ତେବେ ହ୍ବାଟ୍ସଆପ୍ ବ୍ୟବହାର ଜାରି ରଖିବା ପାଇଁ ପୁରୁଣା iOS ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତା ନିଜ ଡିଭାଇସ୍‌କୁ ଅପଡେଟ୍‌ କରନ୍ତୁ କିମ୍ବା କୌଣସି ନୂଆ ଆଇଫୋନ୍ ନେବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ