୩୭ ବର୍ଷରେ ପାଦ ଦେଲେ ବିରାଟ କୋହଲି

ଟିମ୍ ଇଣ୍ଡିଆର ଚେଜ୍ ମାଷ୍ଟର ବିରାଟ କୋହଲି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ୫ ନଭେମ୍ବର ୧୯୮୮ରେ ଜନ୍ମ । ପରିବାର ସହିତ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଲ୍ଲୀରେ ଜନ୍ମିତ କୋହଲିଙ୍କୁ ବିଶ୍ୱ କ୍ରିକେଟର ମହାନ ବ୍ୟାଟସମ୍ୟାନ ଭାବେ ଗଣାଯାଏ । ତିନି ଫର୍ମାଟରେ ସେ ବେଷ୍ଟ । ୧୮ ବର୍ଷର ଲମ୍ବା କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିବା ବିରାଟ ଯଦିଓ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । କିନ୍ତୁ ଦିନିକିଆରେ ଆଜି ବି ତାଙ୍କର ଜଲୱା ଜାରି ରହିଛି । ଟିମ୍ ଇଣ୍ଡିଆ ଗ୍ରେଟ୍ ସଚିନ ତେନ୍ଦୁଲକରଙ୍କ ଅବସର ପରେ ତାଙ୍କ ସ୍ଥାନ କିଏ ନେବ , ସେ ନେଇ ଯେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଠିକ୍ ସେହି ସମୟରେ ବିରାଟଙ୍କ ଆବିର୍ଭାବ ଭାରତୀୟ କ୍ରିକେଟକୁ ନୂଆ ସମ୍ଭାବନା ଦେଇଥିଲା । ବିଶେଷକରି ଦିନିକିଆରେ ବିରାଟ ବର୍ତ୍ତମାନ ଦ୍ବିତୀୟ ସର୍ବୋଚ୍ଚ ସ୍କୋରର ହୋଇଛନ୍ତି । ସର୍ବାଧିକ ଶତକ ମାମଲାରେ ମଧ୍ୟ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଛନ୍ତି । ଏହା ପରଠୁ ସେ ଆଉ ଫେରିନଥିଲେ ପଛକୁ , ହାସଲ କରିଚାଲିଥିଲେ ସଫଳତା । ସମୟ କ୍ରମେ ସେ ଚିକୁରୁ ହୋଇଗଲେ ବିଶ୍ୱ କ୍ରିକେଟର ଜଣେ କିମ୍ବଦନ୍ତୀ ଖେଳାଳି ।

ଅଧିକ ପଢନ୍ତୁ

Odisha Darpan Digital