୩ ଜିଲ୍ଲାପରେ ଏବେ କଟକ ଓ ରାଜଧାନୀରେ ମଧ୍ୟ ଝାଡାବାନ୍ତି ଭୟ

ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି । ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । କଟକ ସଦରର ଝିଙ୍କିରିଆ ଗ୍ରାମ ପଂଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ତେବେ ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ହଇଜା ରୋଗୀ ନାହାନ୍ତି । ଅନ୍ୟପଟେ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ୱରେଜ ଜଳ ଓ ପାନୀୟ ଜଳ ମିଶିଯିବାରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଆପାର୍ଟମେଣ୍ଟକୁ ପାନୀୟ ଜଳ ସଂଯୋଗ ନଥିବା ଏବଂ ଭୂତଳ ଜଳ ପିଉଥିବାରୁ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ

kc ads