୩ ଦିନ ହେଲା ଇବ୍ ନଦୀ ଟାପୁରେ ଫସିରହିଥିବା ୫ ଜଣ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ସୀମାନ୍ତ କତେଇବିରା ନିକଟ ଇବ୍ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଗତ ୫ ଦିନ ହେଲା ଜଣେ ମହିଳା ସମେତ ୫ ଜଣ ଗ୍ରାମବାସୀ ଫସିରହିଥିଲେ ।ନିଜର ଗୋରୁ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ଟାପୁରେ ଫସି ରହିଥିଲେ । ଏହି ଘଟଣା ଜିଲ୍ଲାର ବାବୁସଜବାହର ଗ୍ରାମରେ ଘଟିଛି । ହଠାତ ନଦୀରେ ପାଣି ଆସିବାରୁ ସେମାନେ ଆସିପରିନଥିଲେ । ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଟାପୁରେ ଫସି ରହିଥିଲେ । ଆଖପାଖ ଅଞ୍ଚଳରେ ଲଗାତାର ବର୍ଷା ହେତୁ ଉଭୟ ନଦୀ ଜଳସ୍ତର ବଢିଥିଲା । ଶନିବାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ୍ ଟିମ୍ ଯଶପୁର ଜିଲ୍ଲା ମୁଖ୍ୟାଳୟରୁ ଯାଇ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

ଅଧିକ ପଢନ୍ତୁ

kc ads