୩ ଦିନ ହେଲା ଉପବାସରେ ବଳଦେବଜୀଉ, ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରୁନି ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରୁନି ବଳଦେବଜୀଉଙ୍କ ରଥ । କେନ୍ଦ୍ରାପଡ଼ାର ଆରାଧ୍ୟାୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଦୀର୍ଘ ତିନି ଦିନ ହେଲା ଗୁଣ୍ଡିଚା ମନ୍ଦିରରେ ଲାଗି ପାରୁନାହିଁ । ରଥ ବାରମ୍ବାର ବାମ ମୋଡ଼ ନେଉଥିବାରୁ ଏଭଳି ସମସ୍ୟା ଉପୁଜିଛି । ଆଜି ରଥଯାତ୍ରାର ଚତୁର୍ଥ ଦିନ ହୋଇଥିବା ବେଳେ ଗତକାଲି ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନାହିଁ ରଥ । ଗତକାଲି ମଧ୍ୟାହ୍ନ ୧୨ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ପ୍ରାୟ ୩୦୦ ମିଟର ଗଡ଼ିବା ପରେ ପୁନଃ ବାମ ମୋଡ଼ ନେବାରୁ ଅପରାହ୍ନରେ ଜାଗ୍ ଲଗାଯାଇ ଡାହାଣକୁ ଅଣାଯାଇଥିଲା ।ଏହାପରେ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ରଥ ଚନ୍ଦନ ପୋଖରୀ ନିକଟରେ ଉତ୍ତର ପାର୍ଶ୍ଵକୁ ଯାଇ ଫୁଟପାଥ ଉପରେ ମାଡିଯିବାରୁ ପୁଣି ଜାଗ୍ ଆବଶ୍ୟକତା ପଡିବା ଓ ସୂର୍ଯ୍ୟାସ୍ତ ହୋଇ ଯାଇଥିବା କାରଣରୁ ରଥଟଣା ବନ୍ଦ କରାଯାଇଥିଲା । ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ରଥ ନିର୍ମାଣ କାମ ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ ଅକ୍ଷୟ ତୃତୀୟା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା । ସବୁବର୍ଷ ଦୁଇଟି ନୂଆ ଚକ ଓ ଗୋଟିଏ ନୂଆ ଅଖ ନିର୍ମାଣ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ ଚାରୋଟି ନୂଆ ଚକ ଓ ଦୁଇଟି ନୂଆ ଅଖ ତିଆରି କରାଯାଇ ନେତ୍ରୋତ୍ସବ ପୂର୍ବରୁ ଦେବୋତ୍ତର ବିଭାଗକୁ ରଥ ହସ୍ତାନ୍ତର କରିଥିଲେ ବିଶ୍ଵକର୍ମା ସେବାୟତ ବା ମହାରଣା ସେବାୟତ ।ରଥଯାତ୍ରାରେ ମହାପ୍ରଭୁ ବଳଦେବଜୀଉ ତିନିଦିନ ପରେ ବି ଗୁଣ୍ଡିଚା ମନ୍ଦିରର ଚକଡ଼ା ଛୁଇଁ ନଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଇଛି । ରଥ ପରମ୍ପରା ଅନୁଯାୟୀ, ରଥରେ ଅନ୍ନ ଭୋଗ ଦିଆଯାଏ ନାହିଁ ତେଣୁ ଦୁଇଦିନ ଧରି ଠାକୁର ଉପବାସରେ ରହିଛନ୍ତି ।

ଅଧିକ ପଢନ୍ତୁ

kc ads