୩ ଦିନ ହେଲା ରାଜ୍ୟର ସବୁ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌

ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌। ଏ ନେଇ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି। ୩ ଦିନ ହେଲାଣି ଲିଙ୍କ ଫେଲ ଯୋଗୁ ପୋଷ୍ଟାଲ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ ଫେଲ୍‌ ବୋଲି ସାଇନ ବୋର୍ଡ ମରାଯାଇଥିବା ବେଳେ କର୍ମଚାରୀମାନେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି। ଆଉ କିଛି ଚେୟାର ଖାଲି ପଡ଼ିଛି। ଦୂର ଦୁରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବା ପାଇଁ ଆସି ଫେରିଯାଉଛନ୍ତି। ଅତ୍ୟାବଶ୍ୟକ ପାଇଁ ଟଙ୍କା ଉଠାଇବାକୁ ଆସୁଥିବା ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଏହା କେତେ ଦିନ ମଧ୍ୟରେ ଠକ୍‌ ହେବ ତାହା ଜଣାପଡ଼ି ନାହିଁ।ଏ ସମ୍ପର୍କରେ CPMG ମଧ୍ୟ ମୁହଁ ଖୋଲୁନଥିବାରୁ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିପାରୁନି।

ଅଧିକ ପଢନ୍ତୁ